Breaking News

6/recent/ticker-posts

ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ

କଳାହାଣ୍ଡି ନ୍ୟୁଜ : ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଉଦଯାପିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦରଠାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି, ଜନଜାତି ଓ ଯାଦବ ସଂସ୍କୃତିର ବିଭିନ୍ନ ବିଭବ ପ୍ରଦର୍ଶିତ ହୋଇଥିଲା। ଚଳିତ ବର୍ଷ କୁମାରସ୍ବାମୀ ମହୋତ୍ସବର ପ୍ରଥମ ଦିବସକୁ ‘ମୁହୁରି ଦିନ୍’, ଦ୍ବିତୀୟ ଦିବସକୁ ‘ଢାପ୍ ଦିନ୍’ ଓ ଉଦଯାପନୀ ଦିବସକୁ ‘ବନାବାଡ଼ି ଦିନ୍’ନାମରେ ନାମିତ କରି ପ୍ରାଚୀନ ତଥା ପାରମ୍ପାରିକ କଳା ପ୍ରଦର୍ଶନ କରାଯାଇଥିଲା।

ତିନି ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ଓଡ଼ିଶା ସରକାରଙ୍କ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ନର୍ଲା ବିଧାୟକ ଭୁପିନ୍ଦର ସିଂ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସ୍ବତନ୍ତ୍ର ଉନ୍ନୟନ ପରିଷଦ କଳାହାଣ୍ଡି ଅଧ୍ୟକ୍ଷ ଶିବାଜୀ ମାଝୀ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ସଚିବ ପ୍ରବୋଧ ରଥ, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡାମାଝୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ।

ଏଥିରେ ରାଜ୍ୟର ପ୍ରାନ୍ତ ସମେତ ପଡୋଶୀ ଛତିଶଗଡ଼ର କଳାକାରମାନେ ଯୋଗ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରଥିବା ରାଜ୍ୟର ବ୍ୟକ୍ତିବିଶେଷଙ୍କୁ ଦେବଗିରି ସମ୍ମାନ ପ୍ରଦାନ କରାଯାଇଥିଲା।


Post a Comment

0 Comments