କଳାହାଣ୍ଡି ନ୍ୟୁଜ : ଯୁବକଙ୍କୁ ମହଙ୍ଗା ପଡିଲା ପୋଲିସ ବେଶ ଧରି ଚାନ୍ଦା ମାଗିବା । ଧରା ପଡି ଲୋକଙ୍କ ଠାରୁ ଛେଚା ଖାଇଛି ନକଲି ପୋଲିସ । ରାଜା ଚୌଧୁରୀ ନାମକ ଯୁବକ ପୋଲିସ ବେଶ ଧରି ଚାନ୍ଦା ମାଗିବା ସମୟରେ ଧରା ପଡି ଖାଇଛି ନିର୍ଧୁମ ମାଡ଼ । ସୂଚନା ମତେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଳଖଣ୍ଡି ଗାଁର ରାଜା ଚୌଧୁରୀ ନାମକ ଭବାନୀପାଟଣାରେ ରହି ପାଠ ପଢୁଥିବା ଛାତ୍ର ସେ ଭବାନୀପାଟଣାର ବିଭିନ୍ନ ଜାଗାରେ ନକଲି ପୋଲିସ ଡ୍ରେସ ପିନ୍ଧି ଚାନ୍ଦା ମାଗୁଥିବା ଖବର ପୋଲିସ କୌଣସି ଏକ ସୂତ୍ରରୁ ପାଇଥିଲା । ତେବେ ପୋଲିସ ସେ ବ୍ୟକ୍ତି କୁ କାବୁ କରିବା ପୂର୍ବରୁ ସ୍ଥାନୀୟ ଲୋକେ ଯୁବକ କୁ ଧରି ନିସ୍ତୁକ ମାଡ଼ ମାରିଥିବା ସୂଚନା ମିଳିଛି । ପରେ ପୋଲିସ ପହଂଚି ଯୁବକଙ୍କୁ ଉଦ୍ଧାର କରି ଥାନା କୁ ଆଣିବା ସହ ଯେହେତୁ ସେ ଜଣେ ଛାତ୍ର ତାର ଭବିଷ୍ୟତ କୁ ଆଖି ଆଗରେ ରଖି କୋହଳ ମନୋଭାବ ଦେଖାଇବା ସହ ଆଗକୁ ଏପରି କାମ ନକରିବା ପାଇଁ ଚେତାବନୀ ଦେଇ ଛାଡ଼ିଦେଇଛି ।
0 Comments