ଦୁର୍ଘଟଣାରେ ଜଣେ ମୃତ ଦୁଇ ଗୁରୁତର
ଗୋଲାମୁଣ୍ଡା, (କଳାହାଣ୍ଡି ନ୍ୟୁଜ) : ପୁଣି ମୁଣ୍ଡ ନେଲା ସଡକ ଦୁର୍ଘଟଣା । ବିଜୁ ଏକ୍ସପ୍ରେସ୍ ୱେ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ଜଣେ ମୃତ ଦୁଇ ଗୁରୁତର । ଆଜି ସକାଳୁ ସକାଳୁ ଧର୍ମଗଡ଼ - ସିନାପାଲି ବିଜୁ ଏକ୍ସପ୍ରେସ୍ ୱେ ବୃନ୍ଦାବାହାଲ ଛକ ଷ୍ଟ୍ରକଚର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । କୌଣସି ଏକ କାମରେ ବନ୍ଦକନା ପଞ୍ଚାୟତ କଲମପୁର ବ୍ଲକ ଅଧିନସ୍ଥ ଟେମରା ଏବଂ ଜୟପାଟଣା ବ୍ଲକ ଦୁଲୁକିବନ୍ଧ ଗ୍ରାମର ପୂଜା ନାଏକ (୧୬), କଳ୍ପନା ନାଏକ (୩୫) ଓ ହେମରାଜ ନାଏକ (୪୩) ନୂଆପଡା ଜିଲ୍ଲା ଅନ୍ତର୍ଗତ ସିନାପାଲି ବ୍ରାହ୍ମଣପଡାରୁ ଏକ ସ୍କୁଟି ଯୋଗେ ନିଜ ଗ୍ରାମ କୁ ଫେରୁଥିଲେ । ଏହି ସମୟରେ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଛକ ନିକଟରେ ପଛପଟୁ ଏକ ଟ୍ରକ ତାଙ୍କ ସ୍କୁଟିକୁ ଧକ୍କା ଦେଇ ଫେରାର ହୋଇଯାଇଥିବାର ସୂଚନା ମିଳିଛି ।

0 Comments