ଧର୍ମଗଡ଼, ୨୩/୧୦ (କଳାହାଣ୍ଡି ନ୍ୟୁଜ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ କର୍ଲାକୋଟ ଗ୍ରାମପଞ୍ଚାୟତର ଜିଆରଏସ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡକର୍ଲାକୋଟ ପଞ୍ଚାୟତର ଜିଆରଏସ ମାର୍ଗାରେଟ ପାଣିଗ୍ରାହୀଙ୍କୁ ଲାଞ୍ଚ ନେବା ବେଳେ ଧରିଲା କଳାହାଣ୍ଡି ଭିଜିଲାନ୍ସ। ମନରେଗା କାମ ପାଇଁ ସିଲାଇଜୋର ର ବାବୁଲି ହରିଜନଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିବା ଜଣାଯାଇଛି।ସୂଚନା ମୁତାବକ ଜଣାପଡିଛି ଯେ, ଏମଜିଏନଆର ଇଜିଏସ କାମ ଦେବାନେଇ ବାବୁଲି ହରିଜନଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚମାଗିଥିଲେ।ଅଭିଯୋଗ କ୍ରମେ ଆଜି ଅପରାହ୍ନ ସମୟରେ ବାବୁଲି ହରିଜନ ତାଙ୍କ ଘରକୁ ଯାଇ ୧୫୦୦୦ ଟଙ୍କା ଲାଞ୍ଚ ଦେବା ସମୟରେ ଭିଜିଲାନ୍ସ ଟିମ୍ ମାଡିବସିଥିଲା। ଟଙ୍କା ସହିତ ଜିଆରଏସ ଙ୍କୁ କାବୁ କରି ତାଙ୍କ ଠାରୁ ଟଙ୍କା ସହ ଗିରଫ କରି ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଥିବା ଜଣାପଡିଛି।ଏ ନେଇ କୋରାପୁଟ ଭିଜିଲାନ୍ସ ପି.ଏସ. କେସ ନମ୍ବର ୩୬,୨୨/୧୧/୨୦୨୩ ୟୁ./ଏସ.୭ପି, ସି. ଆମାଣ୍ଡମେଣ୍ଟ ଆକ୍ଟ ୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରିବା ସହ ସଂପୃକ୍ତ ଜିଆରଏସ ଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରୁଥିବା ସୂଚନା ମିଳିଛି।
ଧର୍ମଗଡ଼ ରୁ - ବିଦ୍ୟାଧର ସାହୁଙ୍କ ରିପୋର୍ଟ (କଳାହାଣ୍ଡି ନ୍ୟୁଜ)
0 Comments