Breaking News

6/recent/ticker-posts

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ ରେ ସ୍ଥାନ ପାଇଲେ ଧର୍ମଗଡ଼ର ଭୌମିକ ମହାରଣା


କଳାହାଣ୍ଡି ଜିଲ୍ଲା ଧର୍ମଗଡ ର ୩ ବର୍ଷ ୫ ମାସ ର କୁନିପିଲା ଭୌମିକ ମହାରଣା ଚଳିତ ୨୦୨୩ ବର୍ଷ ରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ ରେ ସ୍ଥାନ ପାଇଛନ୍ତି । ସେ ଧର୍ମଗଡ ଜଗନ୍ନାଥ ମନ୍ଦିର ପଡ଼ା ର ବସନ୍ତ ମହାରଣା ଓ ସରସ୍ଵତୀ ମହାରଣା ଙ୍କ ସୁପୁତ୍ର । ସେ ୯ ଜଣ ନୋବେଲ ବିଜେତା, ୨୧ଟି ଦେଶର ମୁଦ୍ରା,୧୦ ଟି ଆଞ୍ଚଳିକ ନାଚ,୧୦ ନଗର ର ଶ୍ରଦ୍ଧା ନାମ,୧୦ ଟି ପଶୁର ଶାବକଙ୍କ ନାମ,୧୦ ଟି ଜାତୀୟ ଚିହ୍ନ , ୧୦ଗୋଟି ଖେଳାଳି ,୧୨ଟି କୃତିର ସ୍ଥାନ,୧୩ ଜଣ ନିବେଶକ,୧୦ ଜଣ ଲେଖକ,ସପ୍ତାହକ ର ସାତଦିନ,୧୦ ପ୍ରକାର ଫଳ,୧୦ କେମିକାଲ ଫର୍ମୁଲା ଆଦି ର ନାମ ,୧ ଟି ମନ୍ତ୍ର,୨ ଟି ପ୍ରାର୍ଥନା, ସ୍ଵାଧୀନତା ଦିବସ ଉପରେ ବକ୍ତୃତା, ୯ ଟି ସାଧାରଣ ଜ୍ଞାନ ର ଉତ୍ତର ଆଦି ନିର୍ଭୁଲ ଭାବେ ଉଚ୍ଚାରଣ କରିଥିବାରୁ ତାଙ୍କୁ ଏହି ରେକର୍ଡ ରେ ସ୍ଥାନ ମିଳି ପାରିଛି । ଏହି କୃତିତ୍ୱ ରେ ପରିବାର ବର୍ଗ ତଥା ଧର୍ମଗଡ ଅଞ୍ଚଳର ଜନସାଧାରଣ ଙ୍କ ଠାରୁ ଶୁଭେଚ୍ଛା ର ସୁଅ ଛୁଟୁଛି ।

Post a Comment

0 Comments