ଗୋଲାମୁଣ୍ଡା : ଗୋଲାମୁଣ୍ଡା ବ୍ଲକ ସଭାଗୃହରେ ଆଜି ଗୋଲାମୁଣ୍ଡା ଉପାଧ୍ୟକ୍ଷା ପଞ୍ଚମୀ ଦୀପଙ୍କୁ ଅଧ୍ୟକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରକାଶ ଥାଉ କି ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଫସଲ ବୀମା ଘୋଟାଲା ମାମଲାରେ ଗିରଫ ହେବା ପରେ ଜାମିନ ନାମଞ୍ଜୁର ହେବାରୁ ଦୁଇ ମାସରୁ ଉର୍ଦ୍ଧ୍ବ ସମୟରୁ ଜେଲରେ ଥିବା ବେଳେ ଆଜି ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ବ୍ଲକ ଅଧ୍ୟକ୍ଷା ଭାବରେ ପଞ୍ଚମୀ ଦୀପକୁ ଦାୟିତ୍ୱ ଦିଆଯାଇଛି । ଏହି ଦାୟିତ୍ୱ ଗ୍ରହଣ ସମୟରେ ବିଡ଼ିଓ ଅକ୍ଷୟମିତା କାର୍ତ୍ତିକ, ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ଦିନେଶ ବଗର୍ତ୍ତି, ଅନେକ ସରପଞ୍ଚ, ସମିତି ପ୍ରମୁଖ ଉପସ୍ଥିତ ରହିଥିଲେ । ଆଗାମୀ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହେବା ପର୍ଯ୍ୟନ୍ତ ବ୍ଲକ ଅଧ୍ୟକ୍ଷା ଦାୟିତ୍ୱ ରେ ଉପାଧ୍ୟକ୍ଷା ପଞ୍ଚମୀ ଦୀପ ରହିବେ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି । ଅଧ୍ୟକ୍ଷା ପଞ୍ଚମୀ ଦୀପ ଦାୟିତ୍ୱ ନେବା ପରେ ଦୁର୍ନୀତିକୁ ପ୍ରସୟ ଦେବି ନାହିଁ ଭାରତୀୟ ସମ୍ବିଧାନ ନୀତି ନିୟମ ମାନି ଚଳିବି ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ ।
0 Comments