Breaking News

6/recent/ticker-posts

ଅଦିନିଆ ଝଡ଼ ବର୍ଷା : ଗୋଳାମୁଣ୍ଡା ବ୍ଲକର ତିନି ପଞ୍ଚାୟତର ଫସଲ ହାନୀ


 ଗୋଲାମୁଣ୍ଡା, (କଳାହାଣ୍ଡି ନ୍ୟୁଜ) : ଗତକାଲି ଅଦିନିଆ ବର୍ଷା ଓ ଝଡ଼ ଯୋଗୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବଡ଼ଚେରଗାଁ, ଉଛଲା ଓ ଚହକା ପଞ୍ଚାୟତର ଚାଷ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ଅଭିଯୋଗ ହୋଇଛି । ଅନେକ ଚାଷୀଙ୍କ ଧାନ, କପା, ମୁଗ, ବିରି ଆଦି ଫସଲ ମାଟିରେ ମିଶି ଯାଇଥିବା ବେଳେ ଅଧିକାଂଶ ପନି ପରିବା ଚାଷର ବ୍ୟାପକ କ୍ଷତି ଘଟିଥିବା ଦେଖିବାକୁ ମିଳିଛି । ଏହି ଅଦିନିଆ ଝଫ ତୋଫାନ ଚାଷୀଙ୍କ ମୁଣ୍ଡରେ ଚଡକ ହୋଇ ପଡିଛି ।
ପ୍ରବଳ ବେଗରେ ପବନ ବହିବା ସହ ଘଡ଼ଘଡି ଓ କୁଆପଥର ବର୍ଷାରେ ଅନେକ ଜାଗାରେ ବଡ଼ବଡ଼ ଗଛ ଭାଙ୍ଗିଯାଇଥିବା ବେଳେ ଉଛଲା ପଞ୍ଚାୟତରେ କେତେକ ଲୋକଙ୍କ ବାସଗୃହ ମଧ୍ୟ ଭାଙ୍ଗିଯାଇଥିବାର ସୂଚନା ମିଳିଛି । ଆକସ୍ମିକ ପ୍ରାକୃତିକ ଦୁର୍ବିପାକରେ ରାସ୍ତାଘାଟରେ ଗଛ ପଡିଥିବାରୁ ଯାତାୟତରେ ବାଧାପ୍ରାପ୍ତ ଘଟିଛି ।

ସ୍ଥାନୀୟ ଲୋକେ କହିବା ଅନୁଯାୟୀ ହଠାତ ଗତକାଲି କଳାହାଣ୍ଡିଆ ମେଘ ଘୋଟିଆସି ପ୍ରଚଣ୍ଡ ବେଗରେ ପବନ ବହିବା ସହ ଝଡ଼ ବର୍ଷା ଯୋଗୁ ତିନି ଗୋଟି ପଞ୍ଚାୟତର ଚାଷ ବାସକୁ ବହୁଳ କ୍ଷତି ପହଞ୍ଚାଇଥିଲା । ଫଳରେ ଅନେକ ଗରିବ ଶ୍ରେଣୀର ଖଟିଖିଆ ଚାଷୀ ମାନଙ୍କ ପାଇଁ  ତାହା ଚିନ୍ତାର କାରଣ ସାଜିଛି । ଚାଷୀ କେତେ ଦୁଃଖ କଷ୍ଟରେ ଲୋକଙ୍କ ଠାରୁ ଧାର କରଜ ଆଣି ଚାଷ କରିଥିଲେ ହେଲେ ଚାଷୀଙ୍କ ସ୍ଵପ୍ନକୁ ମାଟିରେ ମିଶାଇଦେଇଛି ଅଦିନିଆ ଝଡ଼ ବର୍ଷା । ଉଜୁଡା ଚାଷ ଯୋଗୁ ତିନି ପଞ୍ଚାୟତର ଚାଷୀ  ମୁଣ୍ଡରେ ହାତଦେଇ ବସିଥିବା ବେଳେ ପରିବାର ପ୍ରତିପୋଷଣ କରିବେ ନା ଆଣିଥିବା କରଜ ସୁଝିବେ ଏହି ଚିନ୍ତାରେ ଅଛନ୍ତି ।

ଏ ନେଇ ଚହକା ଗାଁର ଚାଷୀ ଈଶ୍ୱର ପୁଟେଲ ଗୋଲାମୁଣ୍ଡା ତହସିଲଦାର ଅଶୋକ ପଟ୍ଟନାୟକ ଓ ଅଗ୍ନିଶମ ବିଭାଗକୁ ଫୋନ ଯୋଗେ ଜଣାଇଥିଲେ କ୍ରମେ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷୟମିତା କାର୍ତ୍ତିକ, ତହସିଲଦାର ଅଶୋକ ପଟ୍ଟନାୟକ, ତିନି ରାଜସ୍ୱ ନିରୀକ୍ଷକଙ୍କ ସହିତ କ୍ଷୟକ୍ଷତିର ସମୀକ୍ଷା କରିଥିବା ବେଳେ କଂଗ୍ରେସ ନେତା ତଥା ପୂର୍ବତନ ଗୋଲାମୁଣ୍ଡା ବ୍ଲକ ଅଦ୍ଧକ୍ଷ ତୁଲେଶ୍ୱର ନାଏକ କ୍ଷୟକ୍ଷତି ଅଂଚଳ ପରିଦର୍ଶନ କରିବା ସହ ଚାଷୀଙ୍କ ପାଇଁ କ୍ଷତି ପୂରଣ ଦାବି କରିଛନ୍ତି । ଖବର ଲେଖିବା ଯାଏଁ ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ ତରଫରୁ ରାସ୍ତାରେ ପଡିଥିବା ଗଛ ହଟାଇବା ଓ ବିଦ୍ୟୁତ ସେବା ସ୍ବଭାବିକ କରିବା ପାଇଁ ପ୍ରୟାସ ଜାରୀରହିଛି ।

Post a Comment

0 Comments