ଗୋଲାମୁଣ୍ଡା, ୨୮/୧୧ (କଳାହାଣ୍ଡି ନ୍ୟୁଜ) : ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଚିଚିଆ ଗ୍ରାମରେ ଆସନ୍ତା ଡିସେମ୍ବର ମାସର ପ୍ରଥମ ସପ୍ତାହ ରେ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଚିଚିଆ ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଚିଚିଆ ଗ୍ରାମ ମାଁ ସେମିଳିଏନ କ୍ରିକେଟ ଆସୋସିଏସନ ଦ୍ୱାରା ହୋଇଯାଇଥିବା ବେଳେ ଏଥିରେ ଅନେକ ଯୁବକ ଖେଳାଳି, ବୁଦ୍ଧିଜୀବି ଓ କ୍ରୀଡା ପ୍ରେମୀ ମାନେ ଯୋଗ ଦେଇଥିଲେ। ଉକ୍ତ ପ୍ରତିଯୋଗିତା ପରିଚାଳନା କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା । ସର୍ବ ସମ୍ମତି କ୍ରମେ ସଭାପତି ଭାବେ ପ୍ରଦୀପ କୁମାର ପଟେଲ ଙ୍କୁ ଚୟନ କରାଯାଇଥିବା ବେଳେ ଉପ ସଭାପତି ଭାବେ ପ୍ରଭଞ୍ଜନ ସରାପ, ସମ୍ପାଦକ ସୁଜିତ ସରାପ, ସହ ସମ୍ପାଦକ ପ୍ରଦୀପ୍ତ ସତନାମୀ, କୋଷାଧ୍ୟକ୍ଷ ନରେଶ ମଙ୍ଗରାଜ, ଦୁଷ୍ମନ୍ତ ଚୌଧୁରୀ ଏହିଭଳି ବିଭିନ୍ନ ପଦପଦବୀରେ ଅନେକ ଲୋକଙ୍କୁ ଦାଇତ୍ୱ ଦେଇ କମିଟି ଚୟନ କରାଯାଇଥିଲା । ଏଥିରେ ଜିଲ୍ଲା ସ୍ତରୀୟ ଖେଳ ତଥା ସମ୍ବଲପୁର, ନବରଙ୍ଗପୁର, ନୂଆପଡା, କୋରାପୁଟ, ବଲାଙ୍ଗୀର ଭଳି ଅନେକ ଜିଲ୍ଲାରୁ ଖେଳାଳି ଆସିବାର ଥିବା ବେଳେ ସ୍ଥାନୀୟ ଛତିଶଗଡ଼ କୁ ମିଶାଇ ୧୬ଗୋଟି ଦଳ ଭାଗ ନେବାକୁ ସ୍ଥିରୀକୃତ କରାଯାଇଛି । ଯେଉଁଦଲ ଚମ୍ପିୟାନ ହେବ ତାହାକୁ ୭୭୭୭୭ ହଜାର ଆଉ ରନର ଅପ ଦଳକୁ ୪୪୪୪୪ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ଆଉ ମ୍ୟାନ ଅପ ଦି ସିରିଜ,ମେନ ଅପ ଦ ମ୍ୟାଚ,ମେନ ଅପ ଦ ବୋଲର,ମେନ ଅପ ଦ ଫିଲ୍ଡର,ମ୍ୟାନ ଅପଦ ବ୍ୟାଟ୍ସ ମ୍ୟାନଙ୍କୁ ଟ୍ରଫି ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଏହି ଖେଳରେ ଶଙ୍କର ମଙ୍ଗରାଜ ଅଧ୍ୟକ୍ଷ ଥିବା ବେଳେ କମିଟି ପକ୍ଷରୁ ନିଷ୍ପତ୍ତି ହୋଇ ତାଙ୍କ ଭାଇ ସ୍ବର୍ଗତ ବିକ୍କୀ ମେମୋରିଆଲ ନାମରେ ନାମିତ କରି କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯିବ ବୋଲି କୁହାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ନକ ଆଉଟ ଟି୨୦ ଧାରାରେ ଖେଳ ଖେଳାଯିବ। ଯାହାର ସିଧାପ୍ରସାରଣ ଇଣ୍ଟରନେଟ ମାଧ୍ୟମରେ କରାଯିବାର ନିଷ୍ପତ୍ତି ନିଆଯାଇଛି ।
0 Comments