Breaking News

6/recent/ticker-posts

କଳାହାଣ୍ଡି ପାଇକ ଯୁବ ସମାଜ ତରଫରୁ ନୂଆଖାଇ ଭେଟଘାଟ ଓ ବନ୍ଧୁମିଲନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି ପାଇକ ଯୁବ ସମାଜ ତରଫରୁ ନୂଆଖାଇ ଭେଟଘାଟ ଓ ବନ୍ଧୁମିଲନ କାର୍ଯ୍ୟକ୍ରମ ଅନୁଷ୍ଠିତ

(କଳାହାଣ୍ଡି ନ୍ୟୁଜ୍) : ଗୌରବାନ୍ୱିତ ଇତିହାସରେ ଭରା ବୀର ପାଇକ ମାନଙ୍କ ଇତିହାସ । ଭାରତର ପ୍ରଥମ ସ୍ବାଧୀନତା ଆନ୍ଦୋଳନ ଭାବେ ବିବେଚିତ ୧୮୫୭ ମସିହାର ସିପାହୀ ବିଦ୍ରୋହ ଠାରୁ ମଧ୍ୟ ଢେର ପୁରୁଣା ଥିଲା ପାଇକ ମାନଙ୍କ ଆନ୍ଦୋଳନ । ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ମନମୁଖୀ ଶାସନ ବିରୁଦ୍ଧରେ ୧୮୧୭ ମସିହାରେ ପାଇକ ବିଦ୍ରୋହ ହୋଇଥିବାର ପ୍ରମାଣ ଦିଏ ଇତିହାସ । ଅତୀତରେ ଖୋର୍ଦ୍ଧା ଅଞ୍ଚଳରେ ବସବାସ କରୁଥିବା ସେହି ବୀର ପାଇକ ମାନଙ୍କ ଦାୟଦ ମାନେ ବର୍ତ୍ତମାନ କଳାହାଣ୍ଡି, ନୂଆପଡା, ନବରଙ୍ଗପୁର ଆଦି ଅଂଚଳରେ ବସବାସ କରୁଛନ୍ତି ।

 ଅତୀତରେ ସଂଗଠନ ପାଇଁ ଜଣାଶୁଣା ସେହି ପାଇକ ଜାତି ବର୍ତ୍ତମାନ ମଧ୍ୟ ସଙ୍ଗଠନ କୁ ଗୁରୁତ୍ୱ ଦେଇଆସୁଛି । ଏହି କ୍ରମରେ କଳାହାଣ୍ଡି ଯୁବ ପାଇକ ସମାଜ ପକ୍ଷରୁ ଆଜି ଛିଲିପା ତେଲନଦୀ କୂଳସ୍ଥ ହନୁମାନ ବାଟିକା ଠାରେ ନୂଆଁଖାଇ ଭେଟଘାଟ ଓ ବନ୍ଧୁମିଲନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆମନ୍ତ୍ରିତ ଅତିଥି ମାନଙ୍କୁ ଯୁବ ସଂଗଠକ ଜନ୍ମେଜୟ ନାୟକ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ସ୍ୱାଗତ ଜଣାଇଥିଲେ । ଅତିଥି ମାନେ ମଞ୍ଚକୁ ଆମନ୍ତ୍ରିତ ହେବା ପରେ ପାଇକଙ୍କ ଆରାଦ୍ଧ ଦେବୀ ମାଁ ସାରଳାଙ୍କ ବନ୍ଦନ ହେବା ସହ ଦୀପ ପ୍ରଜ୍ବଳନ କରାଯାଇଥିଲା ।
ପରବର୍ତ୍ତୀ ପର୍ଯ୍ୟାୟରେ ଅତିଥିଙ୍କ ପରିଚୟ ପ୍ରଦାନ କରାଯିବା ପରେ ସଭକାର୍ଯ୍ୟ ଆଗେଇଥିଲା । ଅତିଥି ମାନେ ନିଜ ବକ୍ତବ୍ୟ ରଖିବା ସହ ପାଇକ ଜାତିର ଗୌରବ ସହିଦ ବିଜେନ୍ଦ୍ରନାଥଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମଞ୍ଚାସିନ ସମାଜର ବରିଷ୍ଠ ଅନୁଭବି ବ୍ୟକ୍ତି ବିଶେଷ ଯୁବ ସଂଗଠନ କୁ ମଜବୁତ କରିବା ଦିଗରେ ଗୁରୁତ୍ୱ ଦେବା ସହ ଯୁବଗୋଷ୍ଠୀଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ଏହା ସହ ଆଗାମୀ ଦିନରେ ସମାଜର ମଙ୍ଗଳ ପାଇଁ ଯୁବ ଗୋଷ୍ଠୀ ଏବଂ ମହିଳା ଶକ୍ତି କୁ ସମାଜର ଉନ୍ନତି ପାଇଁ ପ୍ରତକ୍ଷ ଭାବେ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ବୃନ୍ଦାବାହାଲ, ଖାଲିଆକାନି, ଗୋଲାମୁଣ୍ଡା, ଛିଲିପା, ବାଲିଛଡ଼ା, ନୂଆଗୁଡା, ସ. କୁଣ୍ଡାମାଲ, କୋକସରା, ଗଡରାମାଲ ଆଦି ଗ୍ରାମର ଅନେକ ଝଙ୍କଡ଼ ପାଇକ ସମାଜର ଲୋକେ ଏକତ୍ରିତ ହୋଇଥିଲେ । କେବଳ ସାମାଜିକ ବ୍ୟକ୍ତି ବିଶେଷଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ପାଇକ ସମାଜ କେନ୍ଦ୍ରୀୟ କମିଟିର ସମ୍ପାଦକ ରାହାସକାନ୍ତ ରାଉତ, ମୁଖ୍ୟବକ୍ତା ଭାବେ ମହେନ୍ଦ୍ର ପ୍ରଧାନୀ, ଜିଲ୍ଳା ପରିଷଦ ସଦସ୍ୟା ହେମାଙ୍ଗୀନି ରାଉତ, ବୃନ୍ଦାବାହାଲ ସରପଞ୍ଚ ଇଂ ଦିନେଶ କୁମାର ରାଉତ, ପୂର୍ବତନ ସଭାପତି ଟଂକଧର ନାଏକ, ଅଧ୍ୟାପକ ମୋହନ ବିଶି, ଭଗବାନ ପ୍ରଧାନୀ, ଯୁବ ସଂଗଠକ ଜନ୍ମେଜୟ ନାୟକ (ଟୁକୁ) , ପ୍ରଶନ୍ନ ରାଉତ, ହିମାଦ୍ରୀ ରାଉତ, ଜଗୁପ୍ରସାଦ ରାଉତ, ଗୋଲାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ, ଦେବରାଜ ରାଉତ, ଛିଲିପାର ଦିନେଶ ରାଉତ, ମାନସ ରାଉତ, ଆଦିତ୍ୟ ରାଉତ, ଅନୁପ ରାଉତ, ପ୍ରହଲ୍ଲାଦ ରାଉତ ତଥା ଝଙ୍କଡ଼ ପାଇକ ସମାଜର ଅନେକ ଯୁବକ ଉପସ୍ଥିତ ରହିଥିଲେ । ଅନ୍ୟତମ ସୁଦକ୍ଷ ଯୁବ ସଂଗଠକ ବିଭୁଦତ୍ତ ପ୍ରଧାନୀ ମଞ୍ଚ ପରିଚାଳନା କରିଥିଲେ ।

Post a Comment

0 Comments