Breaking News

6/recent/ticker-posts

ଗୋଲାମୁଣ୍ଡା : ମିଶନ ଶକ୍ତି ସ୍କୁଟର୍ ଯୋଜନାରେ ସ୍କୁଟର ବଣ୍ଟନ

୧୨ ଜଣ ମିଶନ ଶକ୍ତି ମହିଳାଙ୍କୁ ମିଳିଲା ସ୍କୁଟର୍ | 
ଗୋଲାମୁଣ୍ଡା, (କଳାହାଣ୍ଡି ନ୍ୟୁଜ) : ରାଜ୍ୟ ଶାସନ ଗାଦୀରେ ବସିଥିବା ନବୀନ ସରକାର ସର୍ବଦା ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଆସୁଛି । ମିଶନ ଶକ୍ତି ମହିଳାଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବିଲମ୍ବୀ କରିବା ପାଇଁ ଏସ୍ଏଚଜି ଗୃପ ମାନଙ୍କୁ ଅଳ୍ପ ସୁଧରେ ଋଣ ଯୋଗାଇଦେବା ସହ ରାଜ୍ୟରେ ବର୍ତ୍ତମାନ ଆରମ୍ଭ ହୋଇଛି ମିଶନ ଶକ୍ତି ସ୍କୁଟର୍ ଯୋଜନା । ଏହି ଯୋଜନା ଅଧୀନରେ ବିନା ସୁଧରେ ସ୍କୁଟର କିଣିବା ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛନ୍ତି ସରକାର । ଏହି ପରିପ୍ରେକ୍ଷୀରେ ଗତ ୧୧ ଅକ୍ଟୋବର ଦିନ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ରେ ସମୁଦାୟ ୧୨ ଜଣ ଗୃପ ସଦସ୍ୟାଙ୍କୁ ସ୍କୁଟର୍ ବଣ୍ଟନ କରାଯାଇଥିବାର ସୂଚନା ଦେଇଛନ୍ତି ବିପିଏମ୍ ସୁଧାଂଶୁ ବିଶ୍ୱାଳ ।
ସ୍କୁଟର୍ ପାଇଥିବା ୧୨ ଜଣଙ୍କ ମଧ୍ୟରେ ୭ ଜଣ ସିଆରପି ଓ ଏମବିକେ ଏବଂ ୫ ଜଣ ଇସି ଅନ୍ତର୍ଭୁକ୍ତ ଅଛନ୍ତି । ଆୟୋଜିତ ସ୍କୁଟର୍ ବଣ୍ଟନ କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ, ଶାଖା ପରିଚାଳକ ବାଲ୍ମୀକି ପଣ୍ଡା, ସିଡିପିଓ ପ୍ରେମ ମଞ୍ଜରୀ ସାହୁ, ସୁପର୍ ଭାଇଜର୍ ଯଶୋବନ୍ତୀ ନାଏକ, ବିଏଲସି ଅଜୟ ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ହେମାଙ୍ଗୀନି ରାଉତ, ବ୍ଲକ ଉପାଦ୍ଧକ୍ଷା ପଞ୍ଚମୀ ଦୀପ, ବିଧାୟକ ପ୍ରତିନିଧି ଇଂ ଦିନେଶ ରାଉତ, ବିଭିନ୍ନ ଏସଏଚଜି ଗୃପର ସଦସ୍ୟା ତଥା ଗୋଲାମୁଣ୍ଡା ବିଜେଡି ସଭାପତି ଦୟସାଗର ଚଲାନ ପ୍ରମୁଖ ଉପସ୍ଥିତ ରହିଥିଲେ । ସ୍କୁଟର୍ ପାଇଥିବା ମିଶନ ଶକ୍ତିର ମହିଳା ମାନେ ନିଜ ଖୁସି ଜାହିର କରିବା ସହ ସମାଜରେ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ହୋଇ ସମ୍ମାନର ସହ ବଂଚିବା ପାଇଁ ସର୍ବଦା ଚେଷ୍ଟିତ ଥିବା ନବୀନ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Post a Comment

0 Comments