Breaking News

6/recent/ticker-posts

ତା.୦୧.୦୬.୨୦୨୨ ଆଜିର ମୁଖ୍ୟ ଖବର... ଗୋଟିଏ କ୍ଲିକ୍ ରେ

 ତା.୦୧.୦୬.୨୦୨୨ ଆଜିର ମୁଖ୍ୟ ଖବର... ଗୋଟିଏ କ୍ଲିକ୍ ରେ

#ଖବର ଆଜିର

ତାରିଖ ୦୧-୦୬-୨୦୨୨/ବୁଧବାର


୧-ବଲିଉଡ୍‌ର ଲୋକ ପ୍ରିୟ କଣ୍ଠଶିଳ୍ପୀ‌ କେକେଙ୍କର ମୃତ୍ୟୁ : କୋଲକାତାରେ ସଙ୍ଗୀତ ପରିବେଷଣ ସମୟରେ ମୃତ୍ୟୁ ହୋଇଥିବା ସୂଚନା ।


୨-ଏସିଆ କପ୍ : ଭାରତ-ଦକ୍ଷିଣ କୋରିଆ ମ୍ୟାଚ୍ ଡ୍ର, ଫାଇନାଲରୁ ବାଦ୍ ପଡିଲା ଟିମ୍ ଇଣ୍ଡିଆ ।


୩-ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁଙ୍କ ହତ୍ୟା ମାମଲାରେ ପ୍ରଥମ ଅଭିଯୁକ୍ତକୁ ୫ଦିନ ପାଇଁ ରିମାଣ୍ଡରେ ନେଲା ପଞ୍ଜାବ ପୁଲିସ ।


୪-ପୁଅର ମରଶରୀରକୁ ବର ବେଶରେ ସଜାଇଲେ ବାପା-ମାଆ : ସିଦ୍ଧୁ ମୁସେଓ୍ୱାଲାଙ୍କ ଅନ୍ତିମ ଯାତ୍ରା ବେଳେ ଲୁହରେ ଭିଜିଲା ପୈତୃକ ଗ୍ରାମ ।


୫-ଫାରୁକ ଅବଦୁଲ୍ଲାଙ୍କୁ ଜେରା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୩ ଘଣ୍ଟା ଜେରା କରିଛି । ।


୬-ଜାମ୍ମୁକାଶ୍ମୀରରେ ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା । ଘାଟିରେ ପୁଣି ଉତ୍ତେଜନା । 


୭-MLA କ୍ୱାର୍ଟର ଗଛ କଟା ! କୁଣ୍ଢେଇ କାନ୍ଦିଲେ ଲୋକେ, ଆନ୍ଦୋଳନରେ ସାମିଲ ହେଲେ ତଥାଗତ-ସୁର ।


୮-ଜାତୀୟ ଯୋଗ ଅଲିମ୍ପିଆଡ୍‌ରେ ଯୋଗଦେବେ ଓଡ଼ିଶାର ୧୬ ଜଣ ଛାତ୍ରଛାତ୍ରୀ ।


୯-କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି , ମଲ୍ଟିସିଷ୍ଟମ କେବୁଲ ଅପରେଟରଙ୍କ ଆଉଟ-ପୁଟ୍ ଫିଡ ଉପରେ ଏବେ ରଖିବେ ନଜର    ।


୧୦-ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାର ୨ ସହିଦ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି। ସହିଦ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର ଟୁଡୁଙ୍କ ସଂପର୍କୀୟଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରିଛନ୍ତି।


୧୧-ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ତଥା ଓଡ଼ିଶାର ଏକ ନମ୍ବର ମସଲା ଉଦ୍ୟୋଗ ରୁଚିର ନିର୍ଦ୍ଦେଶିକା ତଥା ଯୁବ ମହିଳା ଉଦ୍ୟୋଗୀ ରଶ୍ମି ସାହୁ ଚଳିତ ବର୍ଷ ଆୟୋଜିତ ସମ୍ମାନଜନକ ଟାଇମ୍ସ୍ ବିଜନେସ୍ ଆୱାର୍ଡ୍ସ ୨୦୨୨ରେ ସମ୍ମାନିତ ହୋଇଛନ୍ତି ।


୧୨-ମେ’ ଶେଷ ଦିନରେ ବି ତାପମାତ୍ରାରୁ ନିସ୍ତାର ନାହିଁ, ୪୪.୫ ଡିଗ୍ରି‌ରେ ସିଝିଲା ସୋନପୁର ।


୧୩-ମାଆଙ୍କ ଚିତ୍ର ନେବା ପାଇଁ କାର୍ ଅଟକାଇଲେ ମୋଦୀ, ଶିମଲାରେ ହୀରାବେନଙ୍କ ଚିତ୍ର ଧରି ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ପାଖରେ ଛିଡା ହୋଇଥିଲେ ଯୁବତୀ। 


୧୪-ବ୍ରଜରାଜନଗର ଉପ-ନିର୍ବାଚନ : ଶାନ୍ତି ଶୃଙ୍ଖଳାରେ ସରିଲା ଭୋଟ, ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ୭୧.୯୦ ପ୍ରତିଶତ ମତଦାନ । 


୧୫-ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ସମ୍ମାନ ନିଧି ଏକାଦଶ କିସ୍ତି । ସିମଳାରେ ଅନୁଷ୍ଠିତ ଉସôବରେ ପ୍ରଧାନମନ୍ତ୍ରୀ କିସ୍ତି ପ୍ରଦାନ କରିଛନ୍ତି । ଦେଶର ପ୍ରାୟ ୧୦କୋଟି ଚାଷୀଙ୍କ ଖାତାକୁ ଯାଇଛି ୨୧ହଜାର କୋଟି ।  


୧୬-ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନେଇ ବଢ଼ିଲା ବିବାଦ: ଚିନ୍ତାରେ ୨୦ ହଜାର ପରିବାର ।


୧୭-ଲଲାଟ ମୋହନ ପଟ୍ଟନାୟକଙ୍କୁ ‘ଧର୍ମପଦ ପୁରସ୍କାର’: ୫ ଶିଳ୍ପୀଙ୍କୁ ଶିଳ୍ପୀ ସମ୍ବର୍ଦ୍ଧନା ।


୧୮-ଟ୍ରାକ୍‌କୁ ଫେରିଲା ଅର୍ଥନୀତି: ୨୦୨୧-୨୨ରେ ଜିଡିପି ଅଭିବୃଦ୍ଧି ୮.୭% ।



୧୯-ଆଇଏମଏସ ଓ ସମ୍ ହସ୍ପିଟାଲର ନୂଆ ଡିନ୍‌ ହେବେ ପ୍ରଫେସର ଡାକ୍ତର ସଂଘମିତ୍ରା ମିଶ୍ର। 



୨୦-କଂଗ୍ରେସ ସହ କାମ କରିବି ନାହିଁ, ନିଜେ ତ ଡୁବିବ ସମସ୍ତଙ୍କୁ ଡୁବେଇ ଦେବ: ପ୍ରଶାନ୍ତ କିଶୋର। 

Post a Comment

0 Comments