Breaking News

6/recent/ticker-posts

ଠିକା ସଂସ୍ଥା ର ଅବହେଳା ଯୋଗୁଁ କଳାହାଣ୍ଡି ଜିଲ୍ଳା ଗୋଲାମୁଣ୍ଡା ବ୍ଲକ ସିନାମାଳ ଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବଳଦର ମୃତ୍ୟୁ ।


ଗୋଳାମୁଣ୍ଡା,୨୯|୦୫ (କଳାହାଣ୍ଡି ନ୍ୟୁଜ୍): ବିଦ୍ୟୁତ କାମ କରୁଥିବା ଠିକା ସଂସ୍ଥା ର ଅବହେଳା ଯୋଗୁଁ କଳାହାଣ୍ଡି ଜିଲ୍ଳା ଗୋଲାମୁଣ୍ଡା ବ୍ଲକ ସିନାମାଳ ଠାରେ ତଳେ ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବଳଦର ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ସିନାମାଲ ଗ୍ରାମର ବିଲ ପାଖରେ ଥିବା ବିଦ୍ୟୁତ୍ ତାର ସ୍ପର୍ଶରେ ଆସି ଏକ ବଳଦର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ସିନାମାଲ ଗ୍ରାମର ଏକ ବିଲ ପାଖରେ ବିଦ୍ୟୁତ ବିଭାଗ ତରଫରୁ କାମ ଚାଲିଥିଲା । ପୁରୁଣା ବିଦ୍ୟୁତ ଖୁଣ୍ଟ ଓ ତାର ପରିବର୍ତ୍ତନ କରି ନୂତନ ଖୁଣ୍ଟ ଓ ତାର ସଂଯୋଗ କାର୍ଯ୍ୟ ଚାଲିଥିଲା । ବିଦ୍ୟୁତ ତାର ର ଗୋଟିଏ ପଟ ଖୁଣ୍ଟ ସହ ସଂଯୋଗ ଥିଲାବେଳେ ବାକି ବିଦ୍ୟୁତ ତାର ତଲେ ପଡିଥିଲା ଏଭଳି ଅଧୁରା କାମ ଅବସ୍ଥାରେ ତାର କୁ ଖୁଣ୍ଟରୁ ବିଛିନ୍ନ ନକରିବା ପୂର୍ବରୁ ବିଦ୍ୟୁତ ବିଭାଗ ଲାଇଟ ଚାର୍ଜ କରିଦେଇ ଥିଲା ।

ଏକ ବଳଦ ଉକ୍ତ ସ୍ଥାନରେ ଚାରଣ କରିବା ସମୟରେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉକ୍ତ ବଳଦର ପ୍ରାଣ ହାନି ହୋଇଛି । ଏପରି ଭାବେ ବିଦ୍ୟୁତ ବିଭାଗ ଓ ଠିକା କର୍ମଚାରୀଙ୍କ ଦାୟିତ୍ଵହୀନ କାର୍ଯ୍ୟଯୋଗୁ ନିରୀହ ପଶୁ ମୃତ୍ୟୁ ବରଣ କରିଥିବା ବେଳେ ଚାଷ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ଗରିବ ବଳଦ ମାଲିକ ଦେଧନ ବାଗ ବର୍ତ୍ତମାନ ଗଭୀର ଚିନ୍ତାରେ । ଆଗକୁ କେମିତି ଚାଷ କାର୍ଯ୍ୟ କରିବେ, କିପରି କୁଟୁମ୍ବ ପାଳିବେ ସେହି ଚିନ୍ତାରେ ବର୍ତ୍ତମାନ ଗରିବ ଚାଷୀ ଦେଧନ ବାଗ । ବଳଦ କିଣିବା ପାଇଁ ତାଙ୍କ ପାଖରର କଉଡିଟିଏ ନଥିବା ବେଳେ ପ୍ରଶାସନ ପକ୍ଷରୁ ତାଙ୍କୁ ବଳଦ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି । 
 (ଗୋଲାମୁଣ୍ଡା ରୁ ଶ୍ୟାମ ସୁନ୍ଦର ଅଗ୍ରୱାଲଙ୍କ ରିପୋର୍ଟ....କଳାହାଣ୍ଡି ନିୟୁଜ)

Post a Comment

0 Comments