Breaking News

6/recent/ticker-posts

ମୋ ସରକାର ରେ ଯୋଡି ହେଲା ଆହୁରି ୩ ବିଭାଗର ୧୭ ସେବା


କଳାହାଣ୍ଡି : ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ‘ମୋ ସରକାର’ ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ‘ମୋ ସରକାର’ ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ବୈଠକରେ ସମସ୍ତ ବିଭାଗ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ପରାମର୍ଶ ଦେବା ସହିତ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗ କାର୍ଯ୍ୟକ୍ରମ ଉପରେ ନଜର ରଖି ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟବାସୀଙ୍କୁ ‘ମୋ ସରକାର’ ଭଳି ଏକ ନୂଆ ମଡେଲ ଦେଇଥିଲେ ରାଜ୍ୟ ସରକାର । ଆଜି ଅର୍ଥ , ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗର ୧୭ଟି ସେବା ଏହି ‘ମୋ ସରକାର’ରେ ସାମିଲ ହେବା ସହ ମୋଟ ୩୧ଟି ବିଭାଗର ୨୫୦ଟି ସେବା ଉପଲବ୍ଧ ହୋଇଛି। ତେବେ ଏହି ନୂଆ ପ୍ରଶାସନିକ ମଡେଲ – ‘ମୋ ସରକାର’ ଆରମ୍ଭବେଳେ ଏଥିରେ ଥାନା, ମେଡିକାଲ, ତହସିଲକୁ ସାମିଲ କରାଯାଇ ସାଧାରଣ ଲୋକଙ୍କୁ ଗୁଣାତ୍ମକ ମାନର ସେବା ଓ ଉତ୍ତମ ବ୍ୟବହାର ପ୍ରଦାନର ଯେଉଁ ଲକ୍ଷ୍ୟ ଥିଲା ତାହା ଏବେ କେବଳ କାଗଜକଲମରେ ସୀମିତ ରହିଛି । ବାସ୍ତବକ୍ଷେତ୍ରରେ ଏହାର ତିକ୍ତ ଅନୁଭୂତି କେବଳ ସାଧାରଣ ଲୋକଙ୍କୁ ହିଁ ଭୋଗିବାକୁ ପଡ଼ୁଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ମୋ ସରକାର’ର ସମୀକ୍ଷା କରି କହିଛନ୍ତି ଯେ, ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ଏବେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ଏକ ନୂଆ ମଡେଲ ଦେବାରେ ସଫଳ ହୋଇଛି ବୋଲି କହିଛନ୍ତି । ସରକାର ଓ ସରକାରୀ ଅନୁଷ୍ଠାନ ଗୁଡିକ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ମୋ ସରକାର ବ୍ୟାପକ ପରିବର୍ତ୍ତନ ଆଣିଛି । ଜନସାଧାରଣ ଓ ସରକାରୀ ଅନୁଷ୍ଠାନ ମଧ୍ୟରେ ଆସ୍ଥା ସୃଷ୍ଟି କରିବାରେ ମଧ୍ୟ ଏହା ସଫଳ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଶାସନରେ ଏହି ରୂପାନ୍ତର ପାଇଁ, ସବୁଠାରୁ ଶେଷ ଧାଡ଼ିରେ ଥିବା ଲୋକ ପାଖରେ ସରକାର ପହଂଚି ପାରୁଥିବେ ଏବଂ ଆବଶ୍ୟକତା ଥିବା ସବୁ ଲୋକଙ୍କୁ ସେବା ଯୋଗାଇ ପାରୁଥିବେ, ସେଥିପାଇଁ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ସଂପୂର୍ଣ୍ଣ ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ଥିଲା।

Post a Comment

0 Comments