Breaking News

6/recent/ticker-posts

ଆଜିର ଖବର.... ତା.୩୧-ମେ-୨୦୨୨ ମଙ୍ଗଳବାର

 ଆଜିର ଖବର.... ତା.୩୧-ମେ-୨୦୨୨ ମଙ୍ଗଳବାର


➡️୧-ଆସନ୍ତା ଜୁନ୍ ମାସ ୧ ତାରିଖରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ଠାରୁ ୧୦ ହଜାର ଟଙ୍କାର ଫାଇନ୍ ଆଦାୟ କରାଯିବ ।

➡️୨-ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଓ ମୋଦୀଙ୍କ ମଧ୍ୟରେ ୩୦ ମିନିଟର ହେଲା ଆଲୋଚନା । ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହିତ କଲେ ଆଲୋଚନା ।

➡️୩-ଆଜି ହିମାଚଳ ପ୍ରଦେଶର ସିମଲାଠାରେ ଦେଶର ବିଭିନ୍ନ ସ୍ଥାନରେ ଥିବା ହିତାଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ସିଧାସଳଖ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

➡️୪-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପିଏମ୍‌ କେୟାର୍ସ ଫର୍‌ ଚିଲ୍‌‌ଡ୍ରେନ୍‌ ସ୍କିମ୍‌’ରେ ପିଲାଙ୍କୁ ମିଳିବ ୫ଲକ୍ଷର ଟଙ୍କାର ମାଗଣା ଚିକିତ୍ସା, ଏବଂ ଯୁବକଙ୍କୁ ମିଳିବ ୪ ହଜାର ଟଙ୍କାର ଷ୍ଟାଇପେଣ୍ଡ ।

➡️ ୫-ଗୁଜୁରାଟରେ ଦେଶର ପ୍ରଥମ ନାନୋ ୟୁରିଆ ଲିକୁଇଡ୍ ପ୍ଲାଣ୍ଟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ ।

➡️୬-ସୁପ୍ରିମକୋର୍ଟରେ ପହଞ୍ଚିଲା ଶ୍ରୀମନ୍ଦିର ମାମଲା, ଆଜି ହେବ ଶୁଣାଣି ।

➡️୭-ଆସନ୍ତା ରଥଯାତ୍ରା ପାଇଁ ଜାରି ହେଲା ହେଲପ୍ ଲାଇନ ନମ୍ବର ( ୬୩୭୦୯୬୭୧୦୦ ) । ଏହି ନମ୍ବରଟି ପ୍ରତ୍ୟେକ ହୋଟେଲ ଓ ଲଜର ରିସେପସନରେ ପ୍ରଦର୍ଶିତ କରାଯିବ । ସେପଟେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କଲେ ବିଶେଷଜ୍ଞ ଟିମ୍ ।

➡️୮-ଆଜି ବ୍ରଜରାଜନଗର ଉପନିର୍ବାଚନ । ୨୭୯ ବୁଥରେ ହେବ ମତଦାନ, ସେଥିରୁ ୬୦ଟି ସମ୍ବେଦନଶୀଳ ଚିହ୍ନଟ, ହୋଇପାରେ ତ୍ରିମୁଖୀ ଲଢ଼େଇ।

➡️୯-ସିଭିଲ ସର୍ଭିସ ପରୀକ୍ଷାରେ ୬୩ ତମ ସ୍ଥାନରେ ରହିଲେ ଓଡିଶାର କାର୍ତ୍ତିକ ପାଣିଗ୍ରାହୀ । ଭବିଷ୍ୟତରେ ସେ ଆଇଏଏସ ହେବା ସହ ପରିବେଶ କ୍ଷେତ୍ରରେ କାମ କରିବା ପାଇଁ ଇଚ୍ଛା ରଖିଥିବା ସ୍ପଷ୍ଟ କରିଛନ୍ତି ।

➡️୧୦-ଭାରତୀୟ ସିନେ ଇତିହାସରେ ପ୍ରଥମ ଥର ପାଇଁ ଅମିର୍ ଖାନ୍ ଙ୍କ ବହୁପ୍ରତିକ୍ଷୀତ ‘ଲାଲ ସିଂହ ଚଢା' ଫିଲ୍ମର ଟ୍ରେଲର ଲାଇଭ୍‌ ମ୍ୟାଚ୍‌ ସମୟରେ ହେଲା ଲଞ୍ଚ୍‌ । ଫିଲ୍ମଟି ଚଳିତ ବର୍ଷ ୧୧ ଅଗଷ୍ଟରେ ଫ୍ଲୋର ଉପରକୁ ଆସିବ । ଫିଲ୍ମଟି ଓସ୍କାର ପୁରସ୍କୃତ ହଲିଉଡ୍‌ ଫିଲ୍ମ ଦ ଫରେଷ୍ଟ ଗମ୍ପର ଅଫିସିଆଲି ର ହିନ୍ଦୀ ରିମେକ୍‌ ।

➡️୧୧-ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ନିଶାଦ୍ରବ୍ୟ ଉପରେ ମୁହଁ ଖୋଲିଲା ତାଲିବାନ । ଏଥିପାଇଁ ଆମେରିକା ଦାୟୀ ବୋଲି ତାଲିବାନର ଜଣେ ବରିଷ୍ଠ ନେତା କହିଲେ ।

➡️୧୨-ପଶ୍ଚିମବଙ୍ଗରେ ୧୫ ଦିନ ମଧ୍ୟରେ ଚତୁର୍ଥ ମଡେଲଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ୧୮ ବର୍ଷିୟା ମଡେଲ ସରସ୍ୱତୀଙ୍କ ମୃତ ଶରୀର ।

➡️୧୩-କେଦାରନାଥ ଧାମ ପାଦଚଲା ଯାତ୍ରା ମାର୍ଗରେ ମୋବାଇଲ ସଂଯୋଗ ଯୋଗାଇବାରେ ଜିଓ ହେଲା ପ୍ରଥମ ଅପରେଟର ।

➡️୧୪-ମନିଲଣ୍ଡ୍ରିଂ ଅଭିଯୋଗରେ ଦିଲ୍ଲୀର ଆମ ଆଦମୀ ପାର୍ଟି (ଆପ) ସରକାରଙ୍କ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ହେଲେ ଗିରଫ ।

➡️୧୫-ଭାରତୀୟ ନୌସେନା ପାଇଁ ଖୁବଶୀଘ୍ର ପସ୍ତୁତ ହେବାକୁ ଯାଉଛି ଆତ୍ମଘାତୀ ଡ୍ରୋନ । ସମୁଦ୍ର ଭିତରୁ ଶତୃରାଷ୍ଟ୍ରଙ୍କୁ ଏବଂ ସେମାନଙ୍କ ଚାଲକୁ ପଣ୍ଡ କରିବାରେ ଖୁବ ସହାୟତା ହେବ ଏହି ଡ୍ରୋନ ।

➡️୧୬-ଲଗାଣ ବର୍ଷା ଯୋଗୁଁ ବ୍ରାଜିଲରେ ଉପୁଜିଲା ବନ୍ୟା ବିଭିଷିକା । ଏବେଶୁଦ୍ଧା ୫୬ ଜଣଙ୍କ ଗଲାଣୀ ଜୀବନ, ଶହେ ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି ।

➡️୧୭-ଲଙ୍କାରେ ଲାଗିଛି ହିଂସାର ନିଆଁ । ଦୁଇ ମାସ ହେଲା ବିରୋଧ ପ୍ରଦର୍ଶନରେ ଜଳୁଛି ଶ୍ରୀଲଙ୍କା । ସେପଟେ ରାଷ୍ଟ୍ରପତି ଗୋଟବାୟ ରାଜପକ୍ଷେଙ୍କ ଇସ୍ତଫା ଦାବି କରି ଏବେ ରାସ୍ତାକୁ ଓହ୍ଲାଇଛନ୍ତି ଯୁବଗୋଷ୍ଠୀ ।

➡️୧୮-କଟକ ବାରବାଟୀ ଷ୍ଟାଡିୟମ୍ ରେ ଇଣ୍ଡିଆ - ସାଉଥ୍ ଆଫ୍ରିକା ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ର ଟିକେଟ ଆସନ୍ତା ୧ ତାରିଖ ଦିନ ୧୧ ଟା ରୁ ଆରମ୍ଭ ହେବ ଅନଲାଇନ୍ ଟିକେଟ ବୁକିଂ । ଜଣେ ବ୍ୟକ୍ତି ସର୍ବାଧିକ ୨ ଟି ଟିକେଟ ନେଇପାରିବେ ।

➡️୧୯-ଭାରତୀୟ ଅଲିମ୍ପିଆନ୍‌ ମାନା ପଟେଲ ମହିଳା ୧୦୦ ମିଟର ବ୍ୟାକଷ୍ଟ୍ରୋକ୍‌ ଇଭେଣ୍ଟରେ ‘ବେଷ୍ଟ ଇଣ୍ଡିଆନ୍‌ ଟାଇମ୍‌’ ହାସଲ କଲେ । ଫ୍ରାନ୍ସରେ ଚାଲିଥିବା ମାରେ ନୋଷ୍ଟ୍ରମ ସୁଇମିଂ ପ୍ରତିଯୋଗିତାର କାନେଟ୍‌ ଲେଗ୍‌ରେ ସେ ଏହି ସଫଳତା ପାଇଲେ ।

➡️୨୦-ଆଇପିଏଲ ବିଜୟ ଉତ୍ସବ ମନାଇଲା ଗୁଜରାଟ୍ ଟାଇଟନ୍ସ । ଗୁଜୁରାଟ ର ଗାନ୍ଧୀନଗରରେ ହାର୍ଦ୍ଦିକ ପାଣ୍ଡ୍ୟା କଲେ ବିଶାଳ ରୋଡ୍ ସୋ’ ।

➡️ଘରୁ ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି, ଛତା, ଗାମୁଛା ଧରି ବାହାରକୁ ଯାଆନ୍ତୁ ଏବଂ ଖରାଦିନିଆ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଖରାପ୍ରତି ସତର୍କ ରହନ୍ତୁ ।।*

କଳାହାଣ୍ଡି ନିୟୁଜ୍

Post a Comment

0 Comments