Breaking News

6/recent/ticker-posts

ଜଳ କଷ୍ଟ ନିବାରଣ କରିବା ପାଇଁ ଅଣ୍ଟା ଭିଡ଼ିଲେ ସରପଞ୍ଚ ଚଚରାମୁଣ୍ଡା ପରେ ବିନା ସରକାରୀ ଅର୍ଥରେ ଉଠୁଛି କୁଆମୁଣ୍ଡାରୁ ମାଟି

ଜଳ କଷ୍ଟ ନିବାରଣ କରିବା ପାଇଁ ଅଣ୍ଟା ଭିଡ଼ିଲେ ସରପଞ୍ଚ
ଚଚରାମୁଣ୍ଡା ପରେ ବିନା ସରକାରୀ ଅର୍ଥରେ ଉଠୁଛି କୁଆମୁଣ୍ଡାରୁ ମାଟି

୨୭|୦୫ (କଳାହାଣ୍ଡି ନ୍ୟୁଜ ): କଳାହାଣ୍ଡି ଜିଲ୍ଲା ବୃନ୍ଦାବାହାଲ ଗ୍ରାମରେ ପ୍ରତିବର୍ଷ ଜଳକଷ୍ଟ ଦେଖା ଦେଇ ଆସୁଛି । ଗ୍ରାମର ଅର୍ଦ୍ଧାଧିକ ଲୋକ ନିର୍ଭର କରୁଥିବା କୁଆମୁଣ୍ଡା ପୋଖରୀ ପ୍ରତିବର୍ଷ ଗ୍ରୀଷ୍ମ ଦିନରେ ସୁଖି ଯାଉଥିବାରୁ ଗ୍ରୀଷ୍ମ ଋତୁ ଆରମ୍ଭ ରୁ ବର୍ଷା ଦିନ ଆସିବା ଯାଏଁ ଭୀଷଣ ଜଳକଷ୍ଟର ସମ୍ମୁଖୀନ ହେଉଛନ୍ତି ଗ୍ରାମର ଶତାଧିକ ଲୋକ ଓ ଗୋ ମହିଷାଦି ପଶୁ ସମ୍ପଦ । ଏହି ସମସ୍ୟା ନେଇ ଗ୍ରାମବାସୀ ସରପଞ୍ଚ ଇଂ ଦିନେଶ କୁମାର ରାଉତ ଏବଂ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ହେମାଙ୍ଗିନୀ ରାଉତଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିବାକୁ ନିବେଦନ କରିଥିଲେ ।



କ୍ରମେ ସରପଞ୍ଚ ଏବଂ ଜିଲ୍ଲା ପରିଷଦ ସଭ୍ୟା ଲୋକଙ୍କ ଜଳକଷ୍ଟ ଦୂର କରିବା ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସାହାଯ୍ୟ ଲୋଡି ବିନା ସରକାରୀ ଖର୍ଚ୍ଚରେ କୁଆମୁଣ୍ଡା ପୋଖରୀରୁ ମାଟି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଇଛନ୍ତି । ଅଞ୍ଚଳରେ ନିର୍ମାଣଧୀନ ବିଜୁ ଫୋର ୱେ ରାସ୍ତା କାମ ପାଇଁ କୁଆମୁଣ୍ଡା ପୋଖରୀରୁ ମାଟି ନିଆଯାଉଛି । ବିନା ସରକାରୀ ଅର୍ଥରେ କୁଆମୁଣ୍ଡା ପୋଖରୀର ମାଟି ଉଦ୍ଧାର ହେବା ସହ ପୋଖରୀର ଉନ୍ନତି ସାଧିତ ହେଉଛି । ମାଟି ଉଠି ଗଭୀରତା ବୃଦ୍ଧି ପାଇଲେ ଆଗାମୀ ଦିନରେ ପୋଖରୀରେ ଜଳ ସଂରକ୍ଷଣ ହୋଇ ବର୍ଷ ତମାମ ଲୋକଙ୍କୁ ଜଳକଷ୍ଟ ରୁ ନିସ୍ତାର ମିଳିବ ବୋଲି ଗ୍ରାମବାସୀ ଖୁସି ହେବା ସହ ସରପଞ୍ଚଙ୍କୁ ଧନ୍ୟବାଦ ଜଣାଇଛନ୍ତି ।


Post a Comment

0 Comments