Breaking News

6/recent/ticker-posts

ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

 ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ



ଗୋଲାମୁଣ୍ଡା, ୪ | ୪ (KALAHANDI NEWS) : ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ସର୍ବ ମଙ୍ଗଳା ଉଚ୍ଚ ମହାବିଦ୍ୟାଳୟ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କୁ ଗତ ୨୫ ଏପ୍ରିଲ ରୁ ଦିଆଯାଉଥିବା ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ଅଦ୍ଧକ୍ଷ ଶ୍ରୀଯୁକ୍ତ ଜୟନ୍ତ କୁମାର ଜେନା ସଭାପତିତ୍ୱ କରିବା ବେଳେ ଗୋଲାମୁଣ୍ଡା ବ୍ଲକ ଅଦ୍ଧକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗଦାନ ଦେଇଥିଲେ । କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବରେ ଗୋଲାମୁଣ୍ଡା ବିଡ଼ିଓ ଶ୍ରୀମତୀ ସ୍ନିଗ୍ଧାରାଣୀ ପ୍ରଧାନ ଉପସ୍ଥିତ ରହିଥିଲେ । ଉପସ୍ଥିତ ଅତିଥି ଗଣ ତାଲିମ ପାଇଥିବା ଛାତ୍ରୀଙ୍କୁ ନିଜ ଶୃଙ୍ଖଳିତ ଜୀବନରେ ପାଇଥିବା ତାଲିମ କୁ ଆବଶ୍ୟକ ସ୍ଥଳେ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେବା ସହ ଜୀବନରେ ଆତ୍ମରକ୍ଷା ତାଲିମର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ଅଧ୍ୟାପକ ଶ୍ରୀଯୁକ୍ତ ପ୍ରତାପଚନ୍ଦ୍ର ନାୟକ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ କବିପ୍ରସାଦ ପଟ୍ଟନାୟକ ଏହି ଆୟୋଜିତ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ । ଗତ ମାର୍ଚ୍ଚ ମାସ ୨୫ ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ପାଖାପାଖି ୮୨ ଜଣ ଛାତ୍ରୀଙ୍କୁ ପ୍ରଶିକ୍ଷୀକା ସୋନାଲି ପଣ୍ଡା ଓ ଜ୍ୟୋସ୍ନା ସାହୁ ତାଲିମ ପ୍ରଦାନ କରିଥିଲେ ।ତାଲିମ ପ୍ରାପ୍ତ କରିଥିବା ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରମାଣ ପତ୍ର ଓ ପ୍ରଶିକ୍ଷୀକା ଦ୍ୱୟଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଅଧ୍ୟାପକ ଶ୍ରୀଯୁକ୍ତ ଶାନ୍ତନୁ ପରିଡା କାର୍ଯ୍ୟକ୍ରମ ସମ୍ପାଦନ କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ ।

Post a Comment

0 Comments