Breaking News

6/recent/ticker-posts

ବୃନ୍ଦାବାହାଲରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ

ବୃନ୍ଦାବାହାଲରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ

ଗୋଲାମୁଣ୍ଡା,୮/୧(ନି.ସୂ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଵୃନ୍ଦାବାହାଲ ହାଇସ୍କୁଲ ପଡିଆରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ଅନୁଷ୍ଠିତ ହୋଇଯାଇଛି | ବୃନ୍ଦାବାହାଲ ସରପଞ୍ଚ ଇଂ ଦିନେଶ କୁମାର ରାଉତଙ୍କ ନେତୃତ୍ୱ ଓ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବ ଗତ ରବିବାର ୭ ତାରିଖରେ ଅନୁଷ୍ଠିତ ହୋଇ ସୋମବାର ୮ ତାରିଖ ଦୁଇ ଦିନ ଧରି ଚାଲିଥିଲା । କାର୍ଯ୍ୟକ୍ରମରେ ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତର ପିଇଓ ଡିଷ୍ଟିକ ବାଣୁଆ ସମ୍ପାଦକ ଦାୟିତ୍ୱ ନିର୍ବାହ କରିଥିଲେ । ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମରୁ ପ୍ରତିଯୋଗୀ ମାନେ ଏହି କାର୍ଯ୍ୟକ୍ରମ ଅବସରରେ ନୃତ୍ୟ, ଗୀତ,ବକୃତା,ଝୋଟି,ହୁଳହୁଳି,ଶଙ୍ଖାଫୁଙ୍କା ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ | ନୃତ୍ୟ ପ୍ରତିଯୋଗିତାରେ ନିବେଦିତା ମାଝୀ ପ୍ରଥମ, ଭୁପିନ କୁମାର ସାହୁ ଦ୍ଵିତୀୟ ଏବଂ ଅଙ୍ଗଦ ଭାଟି ତୃତୀୟ ସ୍ଥାନ ଅଧିକାର କରିଥିଲେ । ବକୃତା ପ୍ରତିଯୋଗିତାରେ ଦେବକୀ ରାଉତ ପ୍ରଥମ, ମୋତିଲାଲ କେତକୀ ଦ୍ଵିତୀୟ ଏବଂ କହ୍ନେଇ ମଶ୍ରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହି ଭଳି ସଙ୍ଗୀତ ପ୍ରତିଯୋଗିତାରେ ପ୍ରବୀଣ ମଙ୍ଗରାଜ ପ୍ରଥମ ଓ ଦୀପିକା ରାଉତ ପ୍ରଥମ, ପିୟୁସ ପୋଡ଼ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ହୁଳହୁଳି ପ୍ରତିଯୋଗିତାରେ ମମତା ବାରିକ ପ୍ରଥମ, କସ୍ତୁରୀ ନିଆଲ ଦ୍ଵିତୀୟ, ରଞ୍ଜିତା ନାଏକ ତୃତୀୟ ଏବଂ ମମତା ମହାପାତ୍ର ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ଝୋଟି ପ୍ରତିଯୋଗିତାରେ ରେ ବନିତା ମେହେର ପ୍ରଥମ, ଜୁଳି ବାରିକ ଦ୍ଵିତୀୟ ଏବଂ ଅଲିଭା ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶଙ୍ଖ ଫୁଙ୍କା ପ୍ରତିଯୋଗିତାରେ ମମତା ରାଉତ ପ୍ରଥମ, ସୁଲୋଚନା ରାଉତ ଦ୍ଵିତୀୟ ଏବଂ ଶ୍ରୁତି ଚଣ୍ଡୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । କାର୍ଯ୍ୟକ୍ରମ ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତା ରେ ଦିଲ୍ଲୀପ ରାଉତ, ସନ୍ତୋଷ ରାଉତ, ରାମ ମାଝୀ, କେଶବ ମେହେର ଓ ସୁଶାନ୍ତ କେତକୀ ବିଚାରପତିର କାର୍ଯ୍ୟ ତୁଲାଇଥିଲେ । ଚାଷ କାର୍ଯ୍ୟରେ କୃତିତ୍ୱ ପାଇଁ ବୃନ୍ଦାବାହାଲ ଗ୍ରାମର ମକରଧ୍ଵଜ ରାଉତ ଙ୍କୁ  ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଲୋକଙ୍କ ମନୋରଞ୍ଜନ ପାଇଁ କଦଲିମୁଣ୍ଡାର କଳାକାର ମାନେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା, ଚଚରାମୁଣ୍ଡାର କଳାକାର ମାନେ ଦାସକାଠିଆ ଏବଂ କାଶିବାହାଲ ଗ୍ରାମର କଳାକାର ମାନେ ଆଦିବାସୀ ନୃତ୍ୟ ପରିବେଷଣ କରିଥିବା ବେଳେ ଲିମସେର ଗ୍ରାମର ସଂକୀର୍ତ୍ତନ ଗୁରୁଙ୍କ ଦ୍ୱାରା ମୃଦୁଙ୍ଗ କଳା ପ୍ରଦର୍ଶନ କରାଯାଇଥିଲା । ଓଡିଶା କ୍ଷୁଦ୍ର ସଶ୍ୟ ମିଶନ ଗୋଲାମୁଣ୍ଡା ଅନ୍ତର୍ଗତ ଡୁକୁରି ଓମେନ ଫାରମର୍ସ ପ୍ରଡ୍ୟୁସର କମ୍ପାନୀ ତରଫରୁ ମାଁ ଭଣ୍ଡାରଘରଣୀ ଏସଏଚଜି ସଙ୍ଘ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ଚୁନା ଏବଂ କୃଷି ଏବଂ ଉଦ୍ୟାନ କୃଷି ବିଭାଗ ଦ୍ୱାରା ରେଙ୍ଗସାପାଳି, ଅମୁର୍ଲା, ଲିମସେର, ଚିଚିଆ, ପଞ୍ଜିଆ ଏବଂ ବୃନ୍ଦାବାହାଲ ଗ୍ରାମର ବିଭିନ୍ନ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ପନିପରିବା ଆଦି ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ରହିବା ସହ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ସମ୍ମାନୀତ ଅତିଥି ରୂପେ ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଦ୍ଧକ୍ଷା ଶ୍ରୀମତୀ ପଞ୍ଚମୀ ଦୀପ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋଲାମୁଣ୍ଡା ଅକ୍ଷମିତା କାର୍ତ୍ତିକ, ଗୋଲାମୁଣ୍ଡା ତହସିଲଦାର ଅଶୋକ ପଟ୍ଟନାୟକ, ଗୋଲାମୁଣ୍ଡା ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତୀ ଶ୍ବେତପଦ୍ମା ସେଠ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଅଞ୍ଚଳର ଲୁକାୟିତ କଳା ସଂକୃତି ତଥା ପ୍ରତିଭାର ଉନ୍ମୋଚନ ଓ ପ୍ରଦର୍ଶନ ପାଇଁ କଳାହାଣ୍ଡି ଉତ୍ସବ ଏକ ପ୍ରଭାବଶାଳୀ ମାଧ୍ୟମ ବୋଲି ଉପସ୍ଥିତ ଅତିଥି ମାନଙ୍କ ଠାରୁ ମତ ପ୍ରକାଶ ପାଇଥିଲା । କୃତି ପ୍ରତିଯୋଗୀମାନେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଠାରୁ ମାନପତ୍ର ସହ ପୁରସ୍କୃତ ହେବା ସହ ସମ୍ବର୍ଦ୍ଧିତ ହୋଇଥିଲେ । ଗ୍ରାମର ଯୁବ ବର୍ଗ କାର୍ଯ୍ୟକ୍ରମ ବିପରିଚାଳନା ରେ ସହଯୋଗ କରିଥିବା ବେଳେ ଖମାରହଲଦୀ ଓ ଚିଚିଆ ପଞ୍ଚାୟତରେ ପିଇଓ ରୂପେ ଦାୟିତ୍ୱ ନିର୍ବାହ କରୁଥିବା ବିଶ୍ୱ ରଂଜନ ପଣ୍ଡା ମଞ୍ଚା ପରିଚାଳନା କରିଥିଲେ । କଳା ସଂସ୍କୃତି ର ଏହି ମହାନ ଉତ୍ସବ କଳାହାଣ୍ଡି ଉତ୍ସବରେ ହଜାର ହଜାର ଲୋକଙ୍କ ଜନସମାଗମ ଦେଖିବାକୁ ମିଳିଥିଲା ।

Post a Comment

0 Comments