କଳାହାଣ୍ଡି ନ୍ୟୁଜ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ମିଶନ ଶକ୍ତି କ୍ୟାଫେ ଉଦ୍ଘାଟିତ ହୋଇଯାଇଛି । ଏହି କ୍ୟାଫେ ଯୋଗୁ ମିଶନ ଶକ୍ତିର ମହିଳା ମାନେ ରୋଜଗାରକ୍ଷମ ହେବା ସହ ବିଭିନ୍ନ କାର୍ଯ୍ୟ ପାଇଁ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ବ୍ଲକ ପରିସରରେ ହିଁ ଚା, ସ୍ନାକ୍ସ, ଜଳଖିଆ, ଭୋଜନ ଆଦି ଏହି କ୍ୟାଫେ ରେ ପାଇପାରିବେ । ଇନ୍ଦିରା ମହିଳା ମହାସଂଘ ଏହି କ୍ୟାଫେ ର ପରିଚାଳନା ଦାୟିତ୍ୱ ନେଇଥିବା ବେଳେ ଏହି କ୍ୟାଫେ ସକାଳରୁ ସନ୍ଧ୍ୟା ଯାଏଁ ଖୋଲା ରହିବ ବୋଲି ବିପିଏମ ସୁଧାଂଶୁ ବିଶ୍ବାଳଙ୍କ ଠାରୁ ସୂଚନା ମିଳିଛି ।
ଏହି କ୍ୟାଫେ ଗୋଲାମୁଣ୍ଡା ବ୍ଲକ ଅଦ୍ଧକ୍ଷା ଦାୟିତ୍ବରେ ଥିବା ପଞ୍ଚମୀ ଦୀପଙ୍କ କର କମଳରେ ଉଦ୍ଘାଟନ ହୋଇଥିବା ବେଳେ ଉଦ୍ଘାଟନୀ ଉତ୍ସବରେ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷୟମିତା କାର୍ତ୍ତିକ, ମିଶନ ଶକ୍ତିର ଡିପିସି ଅମ୍ରିତ ପାଢ଼ୀ, ଗୋଲାମୁଣ୍ଡା ଜୋନ ନଂ ୧ ଜିଲ୍ଲା ପରିଷଦ ସଦସ୍ୟା ହେମାଙ୍ଗିନୀ ରାଉତ, ବିପିଏମ ସୁଧାଂଶୁ ବିଶ୍ୱାଳ, ଆଇସିଡିଏସ ସୁପରଭାଇଜର ତଥା ବିଏମଏସସି ଯଶୋବନ୍ତି ନାଏକ, ଗୋଲାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ, ବୃନ୍ଦାବାହାଲ ସରପଞ୍ଚ ଦିନେଶ ରାଉତ, ମହାଲିଙ୍ଗ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ କିରଣ ସିଂ, ଦେବରାଜ ରାଉତ, ଇନ୍ଦିରା ମହିଳା ମହାସଂଘର ପ୍ରିୟଙ୍କା ସାହୁ, ଜ୍ୟୋତି ତାଣ୍ଡି, ଚେତନା ମାଝୀ ଙ୍କ ସମେତ ମିଶନ ଶକ୍ତିର ବହୁ ସଦସ୍ୟା ଉପସ୍ଥିତ ରହିଥିଲେ । ଉଦ୍ଘାଟନୀ ଦିବସରେ ନିଜେ ବିଡ଼ିଓଙ୍କ ସହ ଉପସ୍ଥିତ ଅତିଥି ମାନେ କ୍ୟାଫେରେ ଭୋଜନ କରିଥିବା ଦେଖିବାକୁ ମିଳିଛି । ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଆଖ ପାଖରେ ପୂର୍ବରୁ କୌଣସି ହୋଟେଲ ନଥିବାରୁ ବ୍ଲକ କାର୍ଯ୍ୟାଳୟ କୁ ଆସୁଥିବା ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବର୍ତ୍ତମାନ ଏହି ନୂତନ କ୍ୟାଫେ ଯୋଗୁ ଲୋକେ ବ୍ଲକ ପରିସରରେ ହିଁ ଖାଦ୍ୟ ପାନୀୟ ପାଇ ପାରିବେ ବୋଲି ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ଠାରୁ ମତ ପ୍ରକାଶ ପାଇଛି ।
0 Comments