Breaking News

6/recent/ticker-posts

ଛଞ୍ଚାଣବାହାଳି ପଞ୍ଚାୟତ କୁ ମରୁଡି ଘୋଷଣା ଦାବି

କଳାହାଣ୍ଡି, ୨୫/୧୧ (କଳାହାଣ୍ଡି ନ୍ୟୁଜ) :  ଜିଲ୍ଲା ଧର୍ମଗଡ଼ ବ୍ଲକ ଛଞ୍ଚାଣ ବାହାଲି ଗ୍ରାମ ପଞ୍ଚାୟତ କୁ  ମରୁଡି ଘୋଷଣା ଦାବି ରେ ଚାଷୀମାନେ ଶୁକ୍ରବାର ଧର୍ମଗଡ଼ ତହସିଲଦାର  ଓ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଛଞ୍ଚାଣବାହାଳି ଗ୍ରାମ ପଞ୍ଚାୟତ କୁ ମେଗାଲିଫ୍ଟ ସଂଯୋଗ ହୋଇଥିଲେ ହେଁ ମାତ୍ର ପାଞ୍ଚ  ରୁ ଦଶ ପ୍ରତିଶତ ଚାଷୀ ଙ୍କ ଜମି ଉପକୃତ ହେଉଥିବା ବେଳେ ବଳକା ଚାଷଜମି ବର୍ଷାଜଳ ଭରସା  ରେ ରହିଥାଏ ।ଚଳିତ ବର୍ଷ ଅତି କମ ପରିମାଣ ବୃଷ୍ଟି ହୋଇଥିବା ଯୋଗୁ ଅନେକ ଚାଷୀ ରୁଆ ବେଉଷଣ ମଧ୍ୟ କରିପାରି ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।କିଛିଦିନ ତଳେ ରାଜସ୍ୱ ନିରୀକ୍ଷକ, ଫସଲବୀମା କମ୍ପାନୀ ର ଏଜେଣ୍ଟ ସମେତ ଏକ ଟିମ ଛଞ୍ଚାଣ ବାହାଳି ଗ୍ରାମ ପଞ୍ଚାୟତ ର  ମେଗାଲିଫ୍ଟ ସଂଯୋଗ ହୋଇଥିବା କିଛି ଜମି ଓ ଜଣେ ଚାଷୀ ନିଜସ୍ୱ ଉଦ୍ୟମରେ ଗଭୀର ନଳକୂପ ମାଧ୍ୟମରେ ଚାଷ କରିଥିବା ଜମି ରେ କ୍ରପ କଟିଂ କରି ମରୁଡ଼ିର ଆକଳନ କରିଛନ୍ତି କିନ୍ତୁ  ପ୍ରକୃତ ମରୁଡି ପ୍ରପୀଡ଼ିତ ଚାଷଜମି ଉପରେ କ୍ରପକଟିଂ କରି ନଥିବା ଯୋଗୁ ଏହାର ଫଳାଫଳ ଉପରେ ଚାଷୀଙ୍କ ସନ୍ଦେହ ରହିଥିବା ପ୍ରକାଶ କରିଥିଲେ । ଏହାର ଉପଯୁକ୍ତ  ତଦନ୍ତ ପୂର୍ବକ ମରୁଡି ପ୍ରଭାବିତ କ୍ଷୟ କ୍ଷତି ଆକଳନ କରାଯାଇ  ଚାଷୀଙ୍କୁ ସରକାର ତରଫରୁ  କ୍ଷତିପୂରଣ ଯୋଗାଇ ଦେବା ସହ ଆଗାମୀ ଦିନ ରେ ଅବଶିଷ୍ଟ ଚାଷ ଜମି କୁ ମେଗିଲିଫ୍ଟ ଜରିଆରେ ପାଣି ଯୋଗାଇ ନ ଦେଲେରାଜରାସ୍ତା କୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଚାଷି ଗଗନେଶ୍ବର ବେମାଲ,ଚୌବନ୍ ପୋଡ଼, ଅଖିଳ ଛତ୍ରିଆ,ଗୋବର୍ଦ୍ଧନ ପୋଡ଼, ପଙ୍କଜ ଗୋପାଳ, ଅଖିଳ ଛତ୍ରିଆ,ଲୋଚନ ହଂସ,ଚୌବନ ହଂସ, ଟେମ ନାଏକ, ଅଙ୍ଗଦ କାଣ୍ଡ, ଭକଚନ କାଣ୍ଡ,ଅନ୍ତରାମ ପୋଡ଼,ଗଜିନ୍ଦ୍ର ଚିଲାଗୁଁ,ପୂର୍ଣ୍ଣ ଚନ୍ଦ୍ର ଛତ୍ରିଆ,ହେମାନାଥ ବାରିକ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏ ନେଇ ଧର୍ମଗଡ଼ ତହସିଲଦାର  ପୁଣିଥରେ କ୍ଷୟ କ୍ଷତି ଆକଳନ କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ଧର୍ମଗଡ଼ରୁ ଦିଲ୍ଲୀପ ଦୁରିଆଙ୍କ ରିପୋର୍ଟ (କଳାହାଣ୍ଡି ନ୍ୟୁଜ)

Post a Comment

0 Comments