#ଆଜିର_ମୁଖ୍ୟ_ଖବର
ତାରିଖ ୦୪-୦୬-୨୦୨୨/ଶନିବାର
୧-ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ବିଜେଡିକୁ ବଡ଼ ସଫଳତା ହାସଲ ହୋଇଛି। ୬୫ ହଜାରରୁ ଊର୍ଦ୍ଧ୍ଵ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବିଜୟୀ ହୋଇଛନ୍ତି।
୨-ଭାରତରେ ଇଲେକ୍ଟ୍ରିକ୍ ଗମନାଗମନକୁ ଦୃଢ଼ କରିବାକୁ ଜିଓ-ବିପି, ଏମ୍ଜି ମୋଟର ଓ କ୍ୟାଷ୍ଟ୍ରଲ୍ ମଧ୍ୟରେ ସହଯୋଗିତା ।
୩-ଭାରତର ଖେଳନା ବଜାରରେ ଉପସ୍ଥିତି ବଢ଼ାଇଲା ରିଲାଏନ୍ସ, ଇଟାଲିର ଖେଳନା କମ୍ପାନି ପ୍ଲାଷ୍ଟିକ ଲେଗ୍ନୋ ସହ କଲା ଯୌଥ ଉଦ୍ୟୋଗ ।
୪-ଆଫଗାନିସ୍ତାନରେ ତାଲିବାନ ନେତାଙ୍କ ସହ ଆଲୋଚନା କଲେ ଭାରତୀୟ ପ୍ରତିନିଧି ମଣ୍ଡଳୀ । ସହାୟତା ପାଇଁ ଭାରତକୁ ଧନ୍ୟବାଦ ଦେଲା ତାଲିବାନ ।
୫-ନ୍ୟାଶନାଲ ହେରାଲ୍ଡ ମାମଲା, ରାହୁଲ ଗାନ୍ଧୀଙ୍କୁ ନୂଆ ସମନ ଜାରି କଲା ଇଡି ।
୬-ନେଦରଲାଣ୍ଡ ଯିବାର ଥିଲା ତୁର୍କୀକୁ କେମିତି ଗହମ ଗଲା: ପୀୟୂଷ ଗୋୟଲ ।
୭-ରାଜ୍ୟସଭା ନିର୍ବାଚନରେ ଭୋଟ୍ ଦେବା ପାଇଁ ଜେଲରେ ଥିବା ମନ୍ତ୍ରୀ ଅନିଲ ଦେଶମୁଖ ମାଗିଲେ ଦିନିକିଆ ଜାମିନ ।
୮-ମ୍ୟାରେଜ୍ ସାର୍ଟିଫିକେଟ୍ ଜାରି କରିବାର ଅଧିକାର ଆର୍ଯ୍ୟ ସମାଜର ନାହିଁ, ଏହା ଅଧିକାରୀଙ୍କ କାମ: ସୁପ୍ରିମକୋର୍ଟ।
୯-ଦୁଷ୍କର୍ମ ମାମଲାରେ ଲିଙ୍ଗଗତ ସମାନତା ରହିବା ଉଚିତ୍। ଧାରା ୩୭୬କୁ କେରଳ ହାଇକୋର୍ଟଙ୍କ ବଡ ବୟାନ।
୧୦-ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ : ତଦନ୍ତ ପରେ ବଡ ଖୁଲାସା, ହତ୍ୟାପାଇଁ ରାଜସ୍ଥାନରୁ ଆସିଥିଲା ଗାଡି ।
୧୧-ପ୍ରଭାତ ତ୍ରିପାଠୀଙ୍କୁ ‘ଇଡି’ର ମାରାଥନ ଜେରା, ୯ ଘଣ୍ଟା ପରେ ବାହାରିଲେ ପୂର୍ବତନ ବିଧାୟକ ।
୧୨-ଭାରତର ସବୁଠୁ ବଡ଼ ବିମାନବନ୍ଦର ନିର୍ମାଣ କରିବ ଟାଟା, କଣ୍ଟ୍ରାକ୍ଟ ହାତେଇଲା ଟାଟା ପ୍ରୋଜେକ୍ଟ।
୧୩-ସଞ୍ଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି, ୧୨ ଜଣ ଜଜ୍ ଓ ଅତିରିକ୍ତ ଜଜଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ।
୧୪-ନିର୍ଦ୍ଦ୍ୱନ୍ଦରେ ରାଜ୍ୟସଭାକୁ ଗଲେ କପିଲ ଶିବଲ, ଲକ୍ଷ୍ମୀକାନ୍ତ ବାଜପେୟୀ ଓ ଜୟନ୍ତ ଚୌଧୁରୀଙ୍କ ସମେତ ୧୧ ନେତା ।
୧୫-ବାପା ମା’ଙ୍କୁ ଘରକୁ ଫେରାଇ ଆଣିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶକୁ ଯଥାଶୀଘ୍ର ପାଳନ କଲେ ସାଂସଦ Anubhav Mohanty, ଦାଖଲ କଲେ ଟଙ୍କା ଜମାଣ ରସିଦ ।
୧୬-ବଦଳୁନି ନଗଡ଼ାର ଚିତ୍ର, ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ମାନବାଧିକାର କମିସନ ।
୧୭-ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ୫ଟି ଜିଲ୍ଲାର ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ।
୧୮-ୟୁକ୍ରେନ ଯୁଦ୍ଧରେ ମିଳୁନି ସଫଳତା, ଗୋଟିଏ ସପ୍ତାହରେ ସେନାର ୫ ଶୀର୍ଷ ଜେନେରାଲଙ୍କୁ ବିଦା କଲେ ପୁଟିନ।
*କଳାହାଣ୍ଡି ନ୍ୟୁଜ୍*
0 Comments