ଗୋଲାମୁଣ୍ଡା,୦୨|୦୬ (କଳାହାଣ୍ଡି ନ୍ୟୁଜ୍) ଆଜି ପୂର୍ବାହ୍ନ ସମୟ ୧୦ ଘଣ୍ଟା ସମୟରେ ଶ୍ରୀଯୁକ୍ତ ସୁଦାମ ଚରଣ ନେଗୀ ( ବରିଷ୍ଠ ଶିକ୍ଷକ , ଦ୍ବାରିକାନାଥ ଉଚ୍ଚ ବିଦ୍ୟାଳୟ, ଶୋଷିଆ ) ଙ୍କ ସଭାପତିତ୍ବରେ କଳାହାଣ୍ଡି ଜିଲ୍ଲା ନୂତନ ପେନସନ୍ ଭୋଗୀ ଉଚ୍ଚ ବିଦ୍ୟାଳୟ ସରକାରୀ ଶିକ୍ଷକ ସଂଘ ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଉକ୍ତ ସଂଘ ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସାମନ୍ତ କୁମାର ପଟ୍ଟଯୋଷୀ ମୁଖ୍ୟ ଅତିଥି, ଜିଲ୍ଲା ଉପ ସଭାପତି ଅକ୍ଷୟ ସତନାମୀ, ଜିଲ୍ଲା ସହ ସମ୍ପାଦକ ସୂର୍ଯପ୍ରସାଦ ଠାକୁର, ଜୁନାଗଡ଼ ବ୍ଲକ ସଭାପତି ଶକ୍ତି ପ୍ରସାଦ ମେହେର ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ। ଏଥି ସହ ବ୍ଲକ ର ସମସ୍ତ ୪୨ ଜଣ ଶିକ୍ଷକ କର୍ମଚାରୀ ଉକ୍ତ ସଭାରେ ଯୋଗଦାନ କରିଥିଲେ। ବକ୍ତା ମାନେ ତାଙ୍କ ବକ୍ତବ୍ୟରେ ନୂତନ ପେନସନ ଯୋଜନାର ଦୃଢ଼ ନିନ୍ଦା କରିବା ଓ ପୁରାତନ ପେନସନ ର ଯଥା ଶୀଘ୍ର ପ୍ରଚଳନ ସହ ଠିକା ନିଯୁକ୍ତିର ୬ ବର୍ଷ ସମୟକୁ ନିୟମିତ ଚାକିରୀରେ ମିଶାଇବାର ଦୃଢ଼ ଦାବି କରିଥିଲେ। ଆଗାମୀ ଦିନରେ ଏହା ଏକ ଆନ୍ଦୋଳନର ରୂପ ନେବ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟ୍ଟଯୋଷୀ ତାଙ୍କ ବକ୍ତବ୍ୟ ରଖିଥିଲେ । ଗୋଲାମୁଣ୍ଡା ବ୍ଲକ ସଂଗଠନର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଶ୍ରୀଯୁକ୍ତ ପଟ୍ଟଯୋଷୀଙ୍କ ତତ୍ତ୍ଵାବଧାନରେ ନିମ୍ନ ପ୍ରକାରେ ବ୍ଲକ କମିଟି ଚୟନ ହୋଇଥିଲା । ସଭାପତି ରୂପେ ରୁକ୍ଷଦେବ ମାଝୀ , ଉପ ସଭାପତି ହିତେଶ କୁମାର ନାଏକ , ଧୀରେନ୍ଦ୍ର କୁମାର ସାହୁ , ନିର୍ମଳ ଭୋଇ, ସମ୍ପାଦକ ସୁଦାମ ଚରଣ ନେଗି , ସହ ସମ୍ପାଦକ ସନନ୍ତ ନାଏକ , ବିକ୍ରମ ମାଝୀ, ସସ୍ମିତା ମଙ୍ଗରାଜ , କୋଷାଧ୍ୟକ୍ଷ ବିରେଶ ପଟେଲ, କନଭେନର ଅରୁଣ କୁମାର ରାଉତ , ନୀଳାମ୍ବର ବିଶି, ଗୋବର୍ଦ୍ଧନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ଗୋବର୍ଦ୍ଧନ ନାଏକ ଧନ୍ୟବାଦ ଜ୍ଞାପନ କରିଥିଲେ ।
0 Comments