Breaking News

6/recent/ticker-posts

ଆଜିର ମୁଖ୍ୟ ଖବର.... କେବଳ ଏକ କ୍ଲିକ୍ ରେ ...

 ଆଜିର ମୁଖ୍ୟ ଖବର....


ତାରିଖ ୩୦-୦୫-୨୦୨୨/ସୋମବାର

୧-ନୂଆ ଅଧିନାୟକଙ୍କୁ ନୂଆ ଟ୍ରଫି: ସବୁ ନୂଆରେ ସଜେଇ ହୋଇଛି ଗୁଜୁରାଟ ଟାଇଟନ୍ସ ।

୨-ରାଜସ୍ଥାନକୁ ୭ ୱିକେଟରେ ହରାଇ ଗୁଜୁରାଟ ଆଇପିଏଲ-୨୦୨୨ ଟାଇଟଲ ହାସଲ ।

୩-ରବିବାର ସକାଳେ ନେପାଳର ପୋଖରାରୁ ୨୨ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କୁ ନେଇ ଯାଉଥିବା ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଭୁବନେଶ୍ବରର ଗୋଟିଏ ପରିବାରର ୪ ଜଣ ଥିବା ଜଣାପଡ଼ିଛି। ବିମାନର ଭଗ୍ନାବଶେଷ ମିଳିଥିବା ବେଳେ ଯାତ୍ରୀମାନଙ୍କର କୌଣସି ପତ୍ତା ମିଳିନାହିଁ।

୪-ନିଖୋଜ ବିମାନର ମିଳିଲା ପତ୍ତା । ଲାମଚେ ନଦୀ ମୁହାଁଣରେ ପଡିଛି ବିମାନ ।

୫-ଭାରତୀୟଙ୍କର ନିଜ ସରକାର ଉପରେ ଭରସା ଅଧିକ: ରିପୋର୍ଟ ।

୬-ବିଧାୟକଙ୍କ କ୍ୱାର୍ଟର ପାଇଁ ଚାଲିଛି ଆଖିବୁଜା ଗଛକଟା । ରାଜଧାନୀରେ ତାତି ବଢ଼ୁଥିବା ବେଳେ ପରିବେଶ ପାଇଁ ପରୱା ନାହିଁ । 

୭-ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଆରମ୍ଭ ।

୮-ରାଜ୍ୟର ସମସ୍ତ ପଂଚାୟତରେ ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିଲେ ବିଜେପି କାର୍ଯ୍ୟକର୍ତା ।

୯-ମଙ୍କିପକ୍ସ ପ୍ରତି ପ୍ରସ୍ତୁତ ରହିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ।

୧୦-ଜୁନ୍‌ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ରବିବାର ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ନିର୍ମଳା ସୀତାରମଣ ଯଥାକ୍ରମେ ମହାରାଷ୍ଟ୍ର ଏବଂ କର୍ନାଟକରୁ ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି।

୧୧-ବିଶ୍ୱ ରେକର୍ଡ କଲା ବିସିସିଆଇ । ଆଇପିଏଲ୍ ଫାଇନାଲ ମ୍ୟାଚ୍ ଅବସରରେ ଷ୍ଟାଡିୟମରେ ଦେଖିବାକୁ ମିଳିଲା ବିଶ୍ୱର ସବୁଠୁ ବଡ ଜର୍ସି । ଯାହା ଫଳରେ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ବିସିସିଆଇର ଏହି ଜର୍ସି ଯୋଡି ହୋଇଛି ।

୧୨-ଆଇପିଏଲ୍‌ ସମାପନ ସମାରୋହ: ଜଲଓ୍ବା ଦେଖାଇଲେ ରଣବୀର ।

୧୩-ନନ୍ଦନକାନନରେ ସିଂହୀ ଗଙ୍ଗାର ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ । ପ୍ରାଣୀ ଉଦ୍ୟାନ ଡାକ୍ତରଖାନାରେ ନଥିଲା ଆବଶ୍ୟକ ପରିମାଣର ଆଂଟି ଭେନମ୍ ଇଞ୍ଜେକସନ୍ ।

୧୪-ସୁରକ୍ଷା ପ୍ରତ୍ୟାହାରର ଗୋଟିଏ ଦିନ ପରେ ପଞ୍ଜାବର କଂଗ୍ରେସ ନେତା ସିଦ୍ଧୁ ମୋଜ ୱାଲାଙ୍କୁ ହତ୍ୟା ।

୧୫-ସିଦ୍ଧୁ ମୁଜ୍ ୱାଲାଙ୍କ ହତ୍ୟାକାରୀଙ୍କୁ ଛଡ଼ାଯିବନି: ପଞ୍ଜାବ ମୁଖ୍ୟମନ୍ତ୍ରୀ ।

୧୬-ସରିଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର । ଭୋଟଗ୍ରହଣ ପାଇଁ ବୁଥ ଅଭିମୁଖେ ବାହାରିଲେ ପୋଲିଂ ପାର୍ଟି ।

୧୭-ପୁରୀ ପରିକ୍ରମା ପ୍ରକଳ୍ପ ନେଇ ବିବାଦ ତେଜୁଥିବା ବେଳେ ଅଜି ମୋଦୀ-ନବୀନ ସାକ୍ଷାତ । ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇପାରେ ଆଲୋଚନା ।


୧୮-ଅସହ୍ୟ ଗରମରେ ଭାଜି ହେଉଛନ୍ତି ରାଜ୍ଯବାସୀ: ବଲାଙ୍ଗୀରରେ ସର୍ବାଧିକ ୪୨.୨ ଡ଼ିଗ୍ରି ତାପମାତ୍ରା ରେକର୍ଡ ।


୧୯-ଆଧାର କାର୍ଡକୁ ନେଇ ପୁଣି ଆସିଲା ବଡ ଖବର , ସରକାର ସକାଳେ ଜାରି କରିଥିବା ବୟାନ ସନ୍ଧ୍ୟାରେ କଲେ ପ୍ରତ୍ୟାହାର ।

୨୦-ମତେ ବି ଫସାଇଦିଆଯାଇଛି, ନିଜକୁ ଆରୟନ ଖାନଙ୍କ ସହ ତୁଳନା କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ।


୨୧-ଛୋଟପିଲାଙ୍କ ପାଇଁ ମଙ୍କିପକ୍ସ ବିପଜ୍ଜନକ । ପରୀକ୍ଷା ପାଇଁ ଏକ ଆରଟି ପିିସିଆର କିଟ ପ୍ରସ୍ତୁତ । 


୨୨-ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି  । ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ ଓ ନିରଞ୍ଜନ ବିଶି ରାଜ୍ୟସଭାକୁ ଯିବେ  ।


୨୩-କୃଷି ବିଭାଗର ନୂଆ ନିୟମ ଯୋଗୁଁ ସରକାରୀ ବିହନ ପ୍ରତି ଚାଷୀ ବିମୁଖ : ବଢୁଛି ପ୍ରାଇଭେଟ ବିହନର ଚାହିଦା ।


୨୪-ବଲିଉଡ୍‌ର କେବେ ଅନ୍ତ ନାହିଁ : ରୋହିତ ଶେଟ୍ଟୀ ।


୨୫-ଜୁନ୍ ୨ରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ ।

Post a Comment

0 Comments